Newsreach Viral
Entertainment News state ଖବର ମନୋରଞ୍ଜନ ରାଜ୍ୟ

ଯୁବ ବାଲୁକା ଶିଳ୍ପୀ ଦୀପକ୍ ବିଶ୍ଵାଳ ଆଜି କଟକ ତଳ ବାଲିଯାତ୍ରା ପଡ଼ିଆରେ ନିଜର ସୁନ୍ଦର୍ କାରୁ କଳାରେ ପ୍ରସ୍ତୁତ କରିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ର ଏକ ମନଲୋଭା ପ୍ରତିମୂର୍ତ୍ତି

ଯୁବ ବାଲୁକା ଶିଳ୍ପୀ ଦୀପକ୍ ବିଶ୍ଵାଳ ଆଜି କଟକ ତଳ ବାଲିଯାତ୍ରା ପଡ଼ିଆରେ ନିଜର ସୁନ୍ଦର୍ କାରୁ କଳାରେ ପ୍ରସ୍ତୁତ କରିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ର ଏକ ମନଲୋଭା ପ୍ରତିମୂର୍ତ୍ତି 38

GLOBAL NEWS-କଟକ ରୁ ମାୟାଧର ରଥ ଙ୍କ ରିପୋର୍ଟ କଟକ ଜିଲ୍ଲା ଝାଞ୍ଜିର୍ ମଙ୍ଗଳା ଅଞ୍ଚଳର ସ୍ୱନାମଧନ୍ୟ ଡିବିରି ଧୂଆଁ ଚିତ୍ରକର ଏବଂ ଯୁବ ବାଲୁକା ଶିଳ୍ପୀ ଦୀପକ୍ ବିଶ୍ଵାଳ ଆଜି କଟକ ତଳ ବାଲିଯାତ୍ରା ପଡ଼ିଆରେ ନିଜର ସୁନ୍ଦର୍ କାରୁ କଳାରେ ପ୍ରସ୍ତୁତ କରିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ର ଏକ ମନଲୋଭା ପ୍ରତିମୂର୍ତ୍ତି।ଯଦି ଆମେ ଦେଖିବା ଓଡ଼ିଶାରେ ପ୍ରଥମ ଥର ଏଭଳି ଜଣେ ଚିତ୍ରକର ଡିବିରୀ ଧୂଆଁ କଳାରେ ମହାପ୍ରଭୁ ଙ୍କ ଚିତ୍ର ଆଙ୍କି ଛନ୍ତି।ଏଭଳି ଏକ ମହତ୍ କାମରେ ତାଙ୍କୁ ସହଯୋଗ କରିଛନ୍ତି ଇଞ୍ଜିନିୟର ପ୍ରଶାନ୍ତ କୁମାର ପଳେଇ ଓ ଯୁବ ସମାଜ ସେବୀ ସରୋଜ କୁମାର ସାହୁ।ଯେ ହେତୁ ଆଜି ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା।ସେଥି ପାଇଁ ଦୀପକ୍ କଟକ ଜନସାଧାରଣଙ୍କୁ ମହାପ୍ରଭୁ ଙ୍କ ଦର୍ଶନ କରାଇବାର ପ୍ରୟାସ କରିଛନ୍ତି।ଯେ ହେତୁ ପୁରୀ ରେ ଖୁବ୍ କମ୍ ସଂଖ୍ୟକ ଭକ୍ତ ରେ ରଥ ଯାତ୍ରା କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ସେ ଦୃଷ୍ଟିରୁ ଦୀପକଙ୍କ ଏଭଳି ପ୍ରୟାସ ସମସ୍ତଙ୍କ ନିକଟରେ ଆଦୃତ ଲାଭ କରିଛି। ବୋଧ୍ ହୁଏ ମହାପ୍ରଭୁ ଜଗନ୍ନାଥଙ୍କ ଏମିତି ଇଚ୍ଛା ହୋଇଛି କି କଟକ ଜନସାଧାରଣଙ୍କୁ ବାଲିଯାତ୍ରା ପଡ଼ିଆରେ ଦୀପକ୍ ଙ୍କ ମାଧ୍ୟମରେ ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ।ପରିବେଶ ଏମିତି ଲାଗୁଚି ସତେ ଯେମିତି ପୁରୀ ସମୁନ୍ଦ୍ର କୂଳରେ ମହାପ୍ରଭୁ ଦର୍ଶନ ଦେଇଛନ୍ତି।ଆଜି କଟକ ବାଲିଯାତ୍ରା ପଡ଼ିଆ ପୁରୀ ସମୁଦ୍ର କୂଳ ର ଭ୍ରମ ସୃଷ୍ଟି କରିଛି।ଏହା ସବୁ ସମ୍ଭବ ହୋଇପାରିଛି ଜଗନ୍ନାଥଙ୍କ ଅପାର କରୁଣାରୁ।ପ୍ରକୁତରେ ଏଭଳି ଦୃଶ୍ୟ କୁ ଦର୍ଶନ କରି ଭକ୍ତ ମାନେ ଆନନ୍ଦିତ ହୋଇଛନ୍ତି।ଧନ୍ୟ ପ୍ରଭୁ ଜଗନ୍ନାଥ ଧନ୍ୟ ତୁମ ଲୀଳା।କଟକ ରୁ ମାୟାଧର ରଥ ଙ୍କ ରିପୋର୍ଟ । ଓଁକାର ଟି ଭି

સંબંધિત સમાચાર

एक टिप्पणी द्या