Newsreach Viral
Crime state ଅପରାଧ ରାଜ୍ୟ

ବୈାଦ୍ଧ : ଶହେ କେଜି ଗଞ୍ଜେଇ ଜବତ, ଗାଡି ସହ ୨ ଗିରଫ

ବୈାଦ୍ଧ : ଶହେ କେଜି ଗଞ୍ଜେଇ ଜବତ, ଗାଡି ସହ ୨ ଗିରଫ 40

ବୈାଦ୍ଧ / ଏରନ୍ ନ୍ୟୁଜ / ୨୧-୦୬ ବୈାଦ୍ଧ ପୋଲିସ ପକ୍ଷରୁ ଏକ ମାରୁତି ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ଚଢାଉ କରି ୧୦୦ କିଲୋ ଗଞ୍ଜେଇ ଜବତ କରିଛି । ଏହା ସହିତ ଗଞ୍ଜେଇ ଚାଲାଣରେ ବ୍ୟବହୃତ ମାରୁତି ଗାଡି ସହ ୨ ଜଣଙ୍କୁ ଗିରଫ କରିଛି । ପୋଲିସ ସୂତ୍ରରୁ ପ୍ରକାଶ, ଅନୁଗୁଳ ଜିଲ୍ଲା ଟାଉନ ଥାନା ଅଂଚଳର ବେଣୁଧର ସାହୁ (୨୮) ଓ ମନୋଜ ମହାପାତ୍ର (୨୦) ଆଜି ଏକ ମାରୁତି ଗାଡି ନଂ- ଓଡି ୦୨ବିବି ୬୪୨୦ ରେ ବଘିଆପଡା ଅଂଚଳରୁ ଗଞ୍ଜେଇ ଧରି ସମ୍ବଲପୁର ଜିଲା ରେଢ଼ାଖୋଲ ଆଡକୁ ଯାଉଥିବା ବେଳେ ବୌଦ୍ଧ ସହର ବ୍ରିଜ ଛକ ଠାରେ ପୋଲିସ ଉକ୍ତ ଗାଡି ଉପରେ ଚଢାଉ କରି ୧୦୦ କେଜି ଗଞ୍ଜେଇକୁ ଜବତ କରିଥିଲା । ଏହି ଘଟଣାରେ ପୋଲିସ ଏକ କେଶ ନଂ ୧୫୭ ରୁଜୁ କରି ଚାଲାଣ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଓ ଗାଡିକୁ ଜବତ କରିଛି । (ରିପୋର୍ଟ ଏରନ୍ ନ୍ୟୁଜ ବ୍ୟୁରୋ )

ବୈାଦ୍ଧ : ଶହେ କେଜି ଗଞ୍ଜେଇ ଜବତ, ଗାଡି ସହ ୨ ଗିରଫ 41 ବୈାଦ୍ଧ : ଶହେ କେଜି ଗଞ୍ଜେଇ ଜବତ, ଗାଡି ସହ ୨ ଗିରଫ 42

Visit / share / like/ subscribe our channel for News & Views

WebPortal       Facebook       Youtube

Whats-app = 9178482265       Mail-Id

સંબંધિત સમાચાર

एक टिप्पणी द्या