Newsreach Viral
International News state ଆନ୍ତର୍ଜାତୀୟ ଖବର ରାଜ୍ୟ

ଗରିବ କଲ୍ୟାଣ ଯୋଜନାକୁ ସ୍ବାଗତ, ଓଡ଼ିଶାର ୪ଟି ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କୁ ମିଳିବ ରୋଜଗାର

ଗରିବ କଲ୍ୟାଣ ଯୋଜନାକୁ ସ୍ବାଗତ, ଓଡ଼ିଶାର ୪ଟି ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କୁ ମିଳିବ ରୋଜଗାର 38

GLOBAL NEWS-୨୧.୦୬.୨୦୨୦-ପ୍ରଧାନମନ୍ତ୍ରୀ ପୂର୍ବ ଭାରତର ସମଗ୍ର ବିକାଶକୁ ପ୍ରାଥମିକତା ଦେଇ ଓଡ଼ିଶାର ୪ଟି ଜିଲ୍ଲା ଗଞ୍ଜାମ, ଭଦ୍ରକ, ବଲାଙ୍ଗିର ଏବଂ ବାଲେଶ୍ୱରକୁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ସହ ଯୋଡ଼ିଛନ୍ତି । ଯଦ୍ୱାରା ଏହି ଜିଲ୍ଲାର ଶ୍ରମିକ ତଥା ପ୍ରବାସୀ ଶ୍ରମିକମାନେ ରୋଜଗାର ପାଇପାରିବେ ଏବଂ ସେମାନଙ୍କ ଜୀବନଜୀବିକାରେ ପରିବର୍ତ୍ତନ ଆସିବ । ଏଥିପାଇଁ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । କରୋନାର ଏହି ସଂକଟ ସମୟରେ ରୋଜଗାର ସୃଷ୍ଟି କରି ପ୍ରତ୍ୟେକ ଘର ଓ ସବୁ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚାଇବା ଦିଗରେ ଏହି ଅଭିଯାନ ବହୁତ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି ଯେ ୫୦ ହଜାର କୋଟି ଟଙ୍କା ମୂଲ୍ୟରେ ଓଡ଼ିଶା ସମେତ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଝାଡଖଣ୍ଡ ରାଜ୍ୟର ୧୧୬ ଗ୍ରାମୀଣ ଜିଲ୍ଲାରେ ବିସ୍ଥାପିତ ଶ୍ରମିକ ମାନଙ୍କୁ ଗ୍ରାମରେ ମୌଳିକ ସୁବିଧା ସହ ଜଡ଼ିତ ୨୫ଟି ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା କାମ ଯୋଗାଇ ଦିଆଯିବ । ଯଦ୍ୱାରା ଏହି କଠିନ ପରିସ୍ଥିତିରେ ମଧ୍ୟ ଗରିବ ଲୋକଙ୍କ ଜୀବନଶୈଳି ଉନ୍ନତ ହେବ ।

સંબંધિત સમાચાર

एक टिप्पणी द्या