Newsreach Viral
International News state ଆନ୍ତର୍ଜାତୀୟ ଖବର ରାଜ୍ୟ

ଚଳିତବର୍ଷ ହେବନାହିଁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଚଳିତବର୍ଷ ହେବନାହିଁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ 38

GLOBAL NEWS- ୧୭.୦୬.୨୦୨୦-(କଟକ ରୁ ମାୟାଧର ରଥ ଙ୍କ ରିପୋର୍ଟ) -କୋଟି ପ୍ରାଣର ଦେବତା ଜଗତର ନାଥ ମହାପ୍ରଭୁ ଜଗନ୍ନାଥ।ମହାମାରୀ କରୋନା ପାଈ ଆଜି ବନ୍ଦ ହୋଇଛି ପ୍ରଭୁଙ୍କ ମହାନ୍ ଯାତ୍ରା ଯାହାକି ଘୋଷଯାତ୍ରା।କେବଳ ବନ୍ଦ ହୋଇନି ସାଢ଼େ ଚାରି କୋଟି ଓଡ଼ିଆ ଙ୍କ ଭାବାବେଗ ସହିତ ପରୋକ୍ଷରେ ଖେଳ ଖେଳା ଯାଇଛି।ପ୍ରଭୁଙ୍କ ଘୋଷ ଯାତ୍ରା କୁ ଯେଉଁଭଳି ଭାବରେ ବନ୍ଦ କରାଗଲା ତାହା ଅନେକ ଗୁଡ଼ିଏ ଦିଗ ପ୍ରତି ଇଙ୍ଗିତ ପ୍ରଦାନ୍ କରୁଚି।ପ୍ରଥମେ ହାଇ କୋର୍ଟ କହିଲେ କି ମେସିନ ଆଉ ହାତୀ ମାନଙ୍କ ମାଧ୍ୟମରେ ରଥ ଯାତ୍ରା ହେବ।ହେଲେ ଆଜି ସୁପ୍ରିମ କୋର୍ଟ ଘୋଷଣା କଲେ କି ଘୋଷ ଯାତ୍ରା ବନ୍ଦ ହେବ।ଠିକ୍ ଅଛି ସୁପ୍ରିମ କୋର୍ଟ ରାୟ ହେଉଛି ଫାଇନାଲ । ସୁପ୍ରିମକୋର୍ଟ ଆଦେଶ ଉପରେ କହିବା କାହାର ଅଧିକାର ନାହିଁ।ହେଲେ ଏଠାରେ ପ୍ରଶ୍ନ ଉଠୁଛି ଖାଲି ରଥ ଯାତ୍ରା କୁ ବନ୍ଦ କରାଗଲା ନା ଆଉ କିଛି ବନ୍ଦ କରାଗଲା।ଆଜ୍ଞା ହଁ ଏ କେବଳ ମହାପ୍ରଭୁଙ୍କ ପାଇଁ ଏମିତି କଟକଣା କଲେ।ଯାହାର ଇଚ୍ଛାରେ ସୂର୍ଯ୍ୟ ଚନ୍ଦ୍ର ଆତ ଜାତ୍ ହୁଅନ୍ତି।ଯିଏ ଇଛା ନକଲେ ଗଛରେ ପତ୍ର ହେଲେଣି ତା ପ୍ରତି ଏଭଳି ବିଚାର କେଉଁ ଦିଗ ପ୍ରତି ଇଙ୍ଗିତ ପ୍ରଦାନ୍ କରୁଚି ତାହା ଆପଣ ମାନେ ବିଚାର କରନ୍ତୁ। ଯଦି ଆମେ ଦେଖିବା ଆସ୍ତେ ଆସ୍ତେ ସବୁ କିଛି ଚଳ ପ୍ରଚଳ ହେଲାଣି ସେ ସବୁ ଅତି ଦରକାର ହୋଇ ପାରିଲା ଅଥଚ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ୍ରା କରିବାରେ କରୋନା ବାଧକ ସାଜିଲା।ଯେତେବେଳେ ବଡ଼ ଦାଣ୍ଡରେ ବନ୍ଦେ ଉତ୍କଳ ଜନନୀ ଗୀତ କୁ ୩୦ ହାଜର ଲୋକଙ୍କ ଉପସ୍ଥିତିରେ ଗାନ କରାଗଲା ସେତେବେଳେ କରୋନା ବାଧକ ସାଜି ପାରିଲାନି।ଯଦି ତମର ପ୍ରଭୁଙ୍କ ରଥଯାତ୍ରା କୁ ନ କରିବାର ଥିଲା ଆଜି ପର୍ଯ୍ୟନ୍ତ କୋଉଠି ଥିଲ ରଥ କାମ ଆରମ୍ଭ ହେଲା ବେଳେ କହି ପାରିଥାନ୍ତା।ତାହା ନ କରି ଯେତେ ବେଳେ ଆଉ ୪ ଦିନ ଯାତ୍ରା ବାକିଥିବା ବେଳେ ଘୋଷଣା କରାଯାଉଛି ରଥଯାତ୍ରା ବନ୍ଦ କରିବାର ନିଷ୍ପତି ।କିଭଳି ଏମିତି କରା ଯାଇପରୁଛି ମହାପ୍ରଭୁଙ୍କ ସହିତ ତାହା ଚିନ୍ତା କଲା ବେଳକୁ ଭକ୍ତଙ୍କ ଆଖିରୁ ଲୋତକ ର ବନ୍ୟା ଛୁଟି ଆସୁଛି।ମହାପ୍ରଭୁଙ୍କ କରୁଣା ଥିବାରୁ ୧୩ ଦିନ ବିଳମ୍ବରେ ରଥ କାମ ଆରମ୍ଭ ହୋଇ ମଧ୍ୟ ଠିକ୍ ସମୟ ପୂର୍ବରୁ ମହାରଣା ସେବକ ମାନେ ଦିନ ରାତି ଏକ କରି ପ୍ରଭୁଙ୍କ ସେବା ରେ ନିଜକୁ ନିମଗ୍ନ କରି ପ୍ରଭୁଙ୍କ ରଥ କାମ ସରିବା ସମୟରେ ସୁପ୍ରିମ କୋର୍ଟର ରାୟ ଆସୁଛି ଘୋଷ ଯାତ୍ରା ବନ୍ଦ କରିବାକୁ।ଏତେ ହିନ ରାଜନୀତି ତାହା ପୁଣି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା କୁ ନେଇ। କିଛି ବିକଳ୍ପ ବ୍ୟବସ୍ଥା କରି ରଥ ଯାତ୍ରା କରିଥିଲେ ଅସୁବିଧା କେଉଁଠି ରହୁଥିଲ।ପ୍ରାୟ ସମସ୍ତ ଭକ୍ତ ମାନେ ଚାହୁଁଥିଲେ କି ଯେତେ କଟକଣା କରାଯାଇ ରଥ ଯାତ୍ରା ହେଲେ ସେମାନେ ସମର୍ଥନ କରିବାକୁ ଆଗ୍ରହୀ ଥିଲେ।ହେଲେ ସେମିତି କିଛି ନକରି ଶେଷ ପର୍ଯ୍ୟାୟରେ ଘୋଷ ଯାତ୍ରା କୁ ବନ୍ଦ ରଖିବା କେତେ ଦୂର୍ ଯୁକ୍ତି ଯୁକ୍ତ ନିଷ୍ପତି ତାହା ଚିନ୍ତା କରିବାର ବେଳ ଆସି ପହଞ୍ଚିଛି।ଆଉ ଥରେ ସରକାର ଚିନ୍ତା କରି ଯେତେ କଟକଣା ପ୍ରୟୋଗ କରି ପ୍ରଭୁଙ୍କ ଘୋଷଯାତ୍ରା କୁ ସୁରୁଖୁରୁରେ ସମାପ୍ତ କଲେ ତାହା ସମସ୍ତଙ୍କ ପାଈ ମଙ୍ଗଳ ହେବ।ଦୟାକରି କୋଟି ପ୍ରାଣର ଦେବତା ମହାପ୍ରଭୁ ଙ୍କ ପବିତ୍ର ଘୋଷ ଯାତ୍ରା କୁ ବନ୍ଦ ନା କରି ବେଶୀ ନହେଲେ ମହାପ୍ରଭୁ ଟିକେ ରଥ ଉପରକୁ ଚଢି ଯାଇ ହାତେ ବାଟ ରଥ ଗଡ଼ି ଗଲେ ତାହା ସାରା ବିଶ୍ଵ ପାଈ ମଙ୍ଗଳ ହୋଇପାରନ୍ତା କିଏ କହିବ ପ୍ରଭୁଙ୍କ ରଥ ଚକ୍ ତଳେ ସବୁଦିନ ପାଇଁ କରୋନା ରୂପକ ଭୟଙ୍କର ମହାମାରୀ ବ୍ୟାଧି ବିଲୀନ ହୋଇ ପାରନ୍ତା।ଶେଷରେ ସରକାର ଙ୍କ ନିକଟରେ ଏତିକି ଅଳି ଦୟାକରି ସବୁ କଟକଣା କୁ ପ୍ରୟୋଗ କରି ପ୍ରଭୁଙ୍କ ଘୋଷଯାତ୍ରା କୁ ଆୟୋଜନ କରି ଯୁଗ ଯୁଗ କୁ ଏକ ସ୍ୱର୍ଣିମ୍ ଅଧ୍ୟାୟ ସୃଷ୍ଟି କରନ୍ତୁ।ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ହୋଇ ପ୍ରଭୁଙ୍କ ମହାନ୍ ଘୋଷ ଯାତ୍ରା କୁ ସୁରୁଖୁରୁରେ ସମାପନ କରନ୍ତୁ ଏବଂ ସମସ୍ତ ଭକ୍ତ ଓ ପ୍ରଭୁଙ୍କ ସେବାୟତ ମାନେ ସରକାର ଙ୍କୁ ସହଯୋଗ କରନ୍ତୁ କିଭଳି ଭାବରେ ମହାପ୍ରଭୁଙ୍କ ଏଭଳି ମହାନ୍ ଘୋଷ ଯାତ୍ରା ବନ୍ଦ ନ ହେଉ।ଶେଷରେ ସବୁକିଛି ଜଗତର ନାଥ ଜଗନ୍ନାଥଙ୍କ ଉପରେ ଛାଡି ଦେଉଛୁ କି ତୋ ଯାତ୍ରା କୁ ତୁ କିପରି ସୁରୁଖୁରୁରେ ସମାପନ କର।ତୋ ଭକ୍ତଙ୍କ ଆକୁଳ ନିବେଦନ କୁ ତୁ ରକ୍ଷା କର। ଜୟ ଜଗନ୍ନାଥ।

સંબંધિત સમાચાર

एक टिप्पणी द्या