Newsreach Viral
Crime Others Photo Gallery state uncategorized ଅପରାଧ ରାଜ୍ୟ

ବାଙ୍କୀ : ମହାନଦୀ ସେତୁ ଉପରୁ ଡେଇଁଲେ ଯୁବତୀ , ଯୁବତୀଙ୍କ ସନ୍ଧାନ ମିଳୁନାହିଁ

ବାଙ୍କୀ : ମହାନଦୀ ସେତୁ ଉପରୁ ଡେଇଁଲେ ଯୁବତୀ , ଯୁବତୀଙ୍କ ସନ୍ଧାନ ମିଳୁନାହିଁ 40

ବାଙ୍କୀ / ଏରନ୍ ନ୍ୟୁଜ୍ /୧୬ -୦୬ : କଟକ ଜିଲା ବାଙ୍କୀ ନିକଟସ୍ଥ ଯାତମୁଣ୍ଡିଆ ସୁବର୍ଣ୍ଣପୁର ମହାନଦୀ ସେତୁ ଉପରୁ ଯୁବତୀ ଡେଇଁ ଆତ୍ମହତ୍ୟା ଉଦ୍ୟମ । ତେବେ ଘଟଣାକୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଅଗ୍ନିଶମ ବିଭାଗର ହାତଖାଲି। ଅନ୍ୟପଟେ ବାଙ୍କୀ ଓ ଡମପଡା ଅଗ୍ନିଶମ ବିଭାଗର ଦୁଇଟି ଟିମ ଘଟଣା ସ୍ଥଳରେ ପହଞ୍ଚି ବୋଟ ଯୋଗେ ଖୋଜାଖୋଜି ଜାରି ରଖିଥିବା ବେଳେ ଏଯାଏଁ ମିଳିନି ଯୁବତୀଙ୍କର କୈଣସି ସନ୍ଧାନ।

ବାଙ୍କୀ : ମହାନଦୀ ସେତୁ ଉପରୁ ଡେଇଁଲେ ଯୁବତୀ , ଯୁବତୀଙ୍କ ସନ୍ଧାନ ମିଳୁନାହିଁ 41

ସେପଟେ ମହାନଦୀକୁ ଡେଈଥିବା ଯୁବତୀଙ୍କ ପରିଚୟ ମିଳି ପାରିନଥିବା ଦମକଳ ବାହିନୀ ପକ୍ଷରୁ ସୂଚନା । ଆଜି ଅପରାହ୍ନ ପ୍ରାୟ ୩ ଟା ସମୟରେ ଜଣେ ଯୁବତୀ ଫୋନରେ ଗପିଗପି ଆସୁଥିବା ସମୟରେ ହଠାତ ମହାନଦୀ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ।କାହିଁକି କଲେ କଣପାଇଁ କଲେ ତାହା ଏଯାଏଁ ଅସ୍ପଷ୍ଟ ରହିଛି । ସ୍ଥାନୀୟ ଅଞ୍ଚଳ ପକ୍ଷରୁ ସୂଚନା ରହିଛି କି ଯାତମୁଣ୍ଡିଆ ସୁବର୍ଣ୍ଣପୁର ମହାନଦୀ ସେତୁ ଉପରୁ ନଦୀକୁ ଡେଇଁବା ଘଟଣା ନୂଆ ନୁହେଁ । ପୂର୍ବରୁ ବାରମ୍ବାର ଏଭଳି ଘଟଣା ଉକ୍ତ ସେତୁ ଉପରେ ଘଟିଥିବା ନଜିର ରହିଛି।

ବାଙ୍କୀ : ମହାନଦୀ ସେତୁ ଉପରୁ ଡେଇଁଲେ ଯୁବତୀ , ଯୁବତୀଙ୍କ ସନ୍ଧାନ ମିଳୁନାହିଁ 42

ସ୍ଥାନୀୟ ଅଞ୍ଚଳ ଲୋକଙ୍କ କହିବା କଥା ଉକ୍ତ ବ୍ରିଜର ସାଇଡ ଓ୍ବାଲ ରେ ତାର ଜାଲିର ବ୍ୟବସ୍ଥା ରହିବା ବ୍ରିଜଟି ଉପରେ ଲାଇଟ ର ବ୍ୟବସ୍ଥା ନଥିବା ପ୍ରଶାସନ ପକ୍ଷରୁ ଆବଶ୍ୟକତା ସଚେତନ କରିବା ସହ ପୋଲିସ ପେଟ୍ରୋଲିଂ କଡାକଡି ନରହିବା ଫଳରେ ଉକ୍ତ ସେତୁ ଉପରେ ବାରମ୍ବାର ଏଭଳି ଘଟଣା ଘଟୁଛି। ସୁଇସାଇଡ ପ୍ଏଣ୍ଟ ପାଲଟିଛି ମହାନଦୀ ରେ ନିର୍ମିତ ଯାତମୁଣ୍ଡିଆ ସୁବର୍ଣ୍ଣପୁର ସେତୁ।  ( ରିପୋର୍ଟ – ଏରନ୍ ନିୟୁଜ ବ୍ୟୁରୋ )

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

સંબંધિત સમાચાર

एक टिप्पणी द्या