Newsreach Viral
Crime Others Photo Gallery state uncategorized ଅପରାଧ ରାଜ୍ୟ

ବାରିପଦା: ମାଇଁର ମୁଣ୍ଡ କାଟିଲା ଭଣଜା, ଡାହାଣୀ ସନ୍ଦେହ , କଟାମୁଣ୍ଡ ସହ ଭଣଜା ଥାନା ରେ

ବାରିପଦା: ମାଇଁର ମୁଣ୍ଡ କାଟିଲା ଭଣଜା, ଡାହାଣୀ ସନ୍ଦେହ , କଟାମୁଣ୍ଡ ସହ ଭଣଜା ଥାନା ରେ 39

ବାରିପଦା /ଏରନ୍ ନ୍ୟୁଜ୍ / ୧୫-୦୬  ନିଜ ମାଇଁଙ୍କୁ ଡାହାଣୀ ସନ୍ଦେହ କରି ଭଣଜା ପ୍ରଥମେ ମୁଣ୍ଡ କାଟିଲା ପରେ କଟାମୁଣ୍ଡ ଧରି ଥାନା କୁ ବାହାରି ଥିଲା ଭଣଜା । ଏଭଳି ଏକ ଲୋମହର୍ଷଣକାରି ଘଟଣା ଅନ୍ଧବିଶ୍ବାସରୁ ଘଟିଛି ମୟୁରଭଞ୍ଜ ଜିଲ୍ଳାର ଖୁଣ୍ଟା ଥାନା ଅଧୀନ କରକଚିଆ ଗ୍ରାମରେ ।

କରକଚିଆ ଗ୍ରାମର କନ୍ଦା ସିଂଙ୍କ ପୁଅ ବୁଧରାମ (୨୮) ର ୪ ବର୍ଷର ଝିଅ ଅସୁସ୍ଥତା କାରଣରୁ ଏକ ସପ୍ତାହ ପୂର୍ବେ ମୃତ୍ୟୁବରଣ କରିଥିଲା। ତେବେ ଝିଅର ମୃତ୍ୟୁରେ ମର୍ମାହତ ଶୁକୁରା ସନ୍ଦେହ କରିଥିଲା କି ତାର ସଂପର୍କୀୟା ମାଇଁ ଡେମ୍ପର(୬୦) ଗୁଣିଗା‌ରେଡ଼ି କରି ଝିଅକୁ ମାରି ଦେଇଛି। ସେ ସନ୍ଦେହ କରୁଥିଲା କି ଡେମ୍ପର ଜଣେ ଡାହାଣୀ ଓ ତା’ଝିଅକୁ ଖାଇଗଲା।
ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ଶୁକୁରା ସମ୍ପର୍କୀୟ ମାଇଁ ସେହି ଗ୍ରାମର ଆଜି ଦିନ ପ୍ରାୟ ୧୧ ଟା ସମୟରେ କରକଚିଆ ଗ୍ରାମର ନୂଆସାହି ଛକ ନିକଟରେ ଲେପା ସିଂଙ୍କ ପତ୍ନୀ ଡେମ୍ପରର ଘରକୁ ଯାଇ ଏକ ବାର୍ଚ୍ଛାରେ ମୁଣ୍ଡ ଗଣ୍ଡିକୁ ଅଲଗା କରି ହତ୍ୟା କରିଥିଲା । ପରେ କଟା ମୁଣ୍ଡ ଓ ବାର୍ଚ୍ଛା ଧରି ଚାଲି ଚାଲି ପୁଲିସ ନିକଟରେ ସର୍ମପଣ କରିବାକୁ ଆସୁଥିବା ବେଳେ ଖବର ପାଇ ପୁଲିସ ରାସ୍ତାରୁ ଅଭିଯୁକ୍ତକୁ ଗିରଫ କରି ଥାନାକୁ ଆଣିଛି। ଏଥିନେଇ ଖୁଣ୍ଟା ଥାନାରେ କେସ ନଂ ୯୬/ ୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଛି |

(ଏରନ୍ ନ୍ୟୁଜ୍ ବ୍ୟୁରୋ ରିପୋର୍ଟ)

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

ବାରିପଦା: ମାଇଁର ମୁଣ୍ଡ କାଟିଲା ଭଣଜା, ଡାହାଣୀ ସନ୍ଦେହ , କଟାମୁଣ୍ଡ ସହ ଭଣଜା ଥାନା ରେ 40

સંબંધિત સમાચાર

एक टिप्पणी द्या