ସମ୍ବଲପୁର/ଏରନ୍ ନ୍ୟୁଜ୍/୧୪.୦୬
ପହିଲି ରଜରେ ଭାଲୁ ନେଇଗଲା ୨ ଜଣଙ୍କ ଜୀବନ। ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ବଡ଼ବାହାଲ ରେଞ୍ଜ ବନିଆବନ୍ଧ ଗାଁ ନିକଟ ଜଙ୍ଗଲରେ ଘଟିଛି ଅଘଟଣ । ଆଜି ଦୁଇ ପହରରେ ଗ୍ରାମ ର ପ୍ରାୟ ପାଞ୍ଚ ଜଣ ଯୁବକ ମହୁ ସଂଗ୍ରହ କରିବା ପାଇଁ ଜଙ୍ଗଲ ଭିତରକୁ ଯାଇଥିଲେ ।
ମହୁ ସଂଗ୍ରହ ସମୟରେ ସମସ୍ତେ ଭାଲୁ ହାବୁଡ଼ରେ ପଡିଯାଇଥିଲେ । ଭାଲୁ ଦୁଇ ଜଣଙ୍କୁ ଆକ୍ରମଣ କରି ଜୀବନରୁ ମାରି ଦେଇ ଥିବା ବେଳେ ଆଉ ଜଣକୁ ଗୁରୁତର ଆହତ କରିଥିଲା । ଦୁଇ ଜଣ ଗଛ ଉପରେ ଚଢ଼ି ଲୁଚି ଯିବାରୁ ଭାଲୁ ଆକ୍ରମଣ ରୁ ବଂଚି ଯାଇଥିଲେ । ଗୁରୁତର ଙ୍କୁ ରେଢ଼ାଖୋଲ ହସପିଟାଲ ରେ ଚିକିତ୍ସା କରାଯାଉଛି ।
ସେପଟେ ଘଟଣାସ୍ଥଳକୁ ବନ କର୍ମଚାରୀ ଏବଂ ରେଢ଼ାଖୋଲ ପୋଲିସ ପହଂଚିଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣା ଘଟିଥିବା ସ୍ଥାନରେ ଭାଲୁ ମୃତ ଦେହକୁ ଜଗି ରହିଛି। ବନ କର୍ମଚାରୀ ମାନେ ଭାଲୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି।ହେଲେ ଭୟରେ ପାଖକୁ କେହି ଯାଉନାହାନ୍ତି। ନିକଟସ୍ଥ ଗ୍ରାମବାସୀ ମାନେ ମଧ୍ୟ ଭାଲୁକୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି।
(ସମ୍ବଲପୁର ଏରନ୍ ନ୍ୟୁଜ୍ ବ୍ୟୁରୋ ରିପୋର୍ଟ)
Note : All views expressed, and statements made, therein are those of the author solely and NewsReach/Vyomeen Media Pvt. Ltd. does not endorse and will not be responsible and/or liable for the same as well as for any contents of this article in any manner whatsoever, including without limitation for the veracity as well as verification of any of the above