Newsreach Viral
National Odisha Others Voting Poll

ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର

ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର 38

କେନ୍ଦୁଝର(ବିଜୟ କୁମାର ମହାନ୍ତ): କେନ୍ଦୁଝର ସମ୍ବାଦର ଜିଲ୍ଲା ପ୍ରତିନିଧିଙ୍କୁ ପୋଲିସର ଦୁର୍ବ୍ୟବହାର । ପ୍ରବଳ ଜ୍ୱର ହୋଇଥିବା ପୁଅକୁ ଡାକ୍ତରଖାନା ନେବା ସମୟରେ ପୋଲିସ କଲା ଦୁର୍ବ୍ୟବହାର । ପ୍ରତିବାଦରେ ଥାନା ଘେରିଲା କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବ । ଥାନାରେ ଏତଲା ଦେଲେ ସମ୍ବାଦ ପ୍ରତିନିଧି I ଅଭିଯୋଗ ଅନୁଯାୟୀ ଆଜି ସକାଳ ପ୍ରାୟ 8 ଘଟିକା ସମୟରେ ସୁବ୍ରତ ନିଜ ଅସୁସ୍ଥ ପୁଅକୁ ମେଡିକାଲ ନେଇ ଯାଉଥିବା ସମୟରେ ରାସ୍ତାରେ ପୋଲିସ ଚେକିଂ ରେ ଜଣେ କନେଷ୍ଟବଳ ତାଙ୍କୁ ଅଟକାଇ ଥିଲେ । କନେଷ୍ଟବଳ ଜଣଙ୍କୁ ସେ ନିଜ ପରିଚୟ ଦେବସହ ପ୍ରବଳ ଜ୍ବରରେ ଗାଡି ପଛରେ ଶୋଇଥିବା ଅସୁସ୍ଥ ପୁଅଙ୍କୁ ଦେଖେଇ ମେଡିକାଲ ଯିବାକୁ କହିଥିଲେ । କିନ୍ତୁ କନେଷ୍ଟବଳ ତାଙ୍କୁ ନଛାଡି ଗାଳିଗୁଲଜ କରିଥିଲେ। ଏହିସମୟରେ ଛେକିଂ ଦାୟିତ୍ୱରେ ଥିବା ଟାଉନ ଥାନାର ଏସ ଆଇ ଆଶୁତୋଷ ମହାନ୍ତି ତାଙ୍କ ଗାଡ଼ି ପାଖକୁ ଆସି ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କୁ ଏକ ଠେଙ୍ଗାରେ ମାଡ଼ ମାରିଥିଲେ । ଏପରିକି ଗାଡ଼ିରେ 4 ବର୍ଷର ଅସୁସ୍ଥ ପୁଅ ପ୍ରାୟ ଅଚେତ ଅବସ୍ଥାରେ ଥିବା ସତ୍ତ୍ୱେ ତାଙ୍କୁ ପ୍ରାୟ ଅଧଘଣ୍ଟା ଅଟକ ରଖିଥିଲେ । ପରେ ଘଟଣା ସ୍ଥଳରେ ଟାଉନ ଥାନା ଅଧିକାରୀ ପହଞ୍ଚି ସୁବ୍ରତଙ୍କୁ ଯିବାକୁ ଦେଇଥିଲେ । ଏହାପରେ ସେ ନିଜ ପୁଅର ଚିକିତ୍ସା କରାଇଥିଲେ । ପରେ ଏନେଇ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଏହାର ପ୍ରତିବାଦ କରିଥିଲେ । କାଲିପଡ଼ିଆସ୍ଥିତ ଗାନ୍ଧୀ ମୂର୍ତି ନିକଟରେ ଏକତ୍ରିତ ହୋଇ ପ୍ରତିବାଦ ରେ ବସିଥିଲେ । ପରେ ଏନେଇ ସୁବ୍ରତ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

સંબંધિત સમાચાર

एक टिप्पणी द्या